Odisha Power Transmission Corporation Limited

  • Home
  • Odisha Power Transmission Corporation Limited

Odisha Power Transmission Corporation Limited Life Line of Odisha OPTCL can be termed as the arterial network of Orissa, which ensures supply of electricity to different parts of the state.

14/06/2026

ରଜର ଆନନ୍ଦ ଓ ଉତ୍ସାହ ଆପଣଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ନୂତନ ଆଶାରେ ପରିପୂର୍ଣ୍ଣ କରୁ।
ଓପିଟିସିଏଲ୍ ପକ୍ଷରୁ ସମସ୍ତ ଓଡ଼ିଶାବାସୀଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ଆଜି ଓପିଟିସିଏଲ୍ ପକ୍ଷରୁ ପାୱାର ହସ୍ପିଟାଲ, ଭୋଇନଗର ଠାରେ ଏକ ନିଶୁଳ୍କ ଟିବି ସ୍କ୍ରିନିଂ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏହି କ୍ୟାମ୍ପରେ କର୍ମଚ...
29/05/2026

ଆଜି ଓପିଟିସିଏଲ୍ ପକ୍ଷରୁ ପାୱାର ହସ୍ପିଟାଲ, ଭୋଇନଗର ଠାରେ ଏକ ନିଶୁଳ୍କ ଟିବି ସ୍କ୍ରିନିଂ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏହି କ୍ୟାମ୍ପରେ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଟିବି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ହ୍ୟାଣ୍ଡହେଲ୍ଡ ଏକ୍ସ-ରେ ସୁବିଧା ସହିତ ଚିକିତ୍ସା ଦଳ ପକ୍ଷରୁ ପରୀକ୍ଷା କରାଯାଇଥିଲା।

ଦିବା ୧୦ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ, ପରିବାର ସଦସ୍ୟ ଏବଂ ଆଞ୍ଚଳିକ ବାସିନ୍ଦା ଉପସ୍ଥିତ ହୋଇ ପରୀକ୍ଷଣର ସୁବିଧା ନେଇଥିଲେ।

ସୁସ୍ଥ କର୍ମ ପରିବେଶ ସୃଷ୍ଟି କରିବା ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଦିଗରେ ଓପିଟିସିଏଲ୍‌ର ଏହା ଏକ ଅନନ୍ୟ ପ୍ରୟାସ। ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ପ୍ରତି OPTCL ର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଆହୁରି ସୁଦୃଢ଼ କରିଛି।

29/05/2026
24/05/2026
23/05/2026

has approved the revised cost estimate for the ₹854 crore power infrastructure project in Paradip to strengthen transmission capacity and ensure reliable power supply for the rapidly growing industrial ecosystem in the PCPIR region.

The project will accelerate industrial growth, enhance energy reliability, and reinforce ’s vision of building future-ready infrastructure for sustained economic development.

ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ' (OPTCL) ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ...
04/05/2026

ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ' (OPTCL) ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦଘାଟନ ହୋଇଛି। ଓଡ଼ିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମାଙ୍କ ଉପସ୍ଥିତିରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଲାବୋରେଟୋରୀଟି ଓପିଟିସିଏଲର ବୈଷୟିକ ଦକ୍ଷତା, ଗ୍ରୀଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ପାଇଁ ପରିକଳ୍ପନା କରାଯାଇଛି। ଅତ୍ୟାଧୁନିକ ସିମୁଲେସନ ଉପକରଣ ଦ୍ୱାରା ସଜ୍ଜିତ ଏହି ଲ୍ୟାବ୍ ଇଞ୍ଜିନିୟରମାନଙ୍କୁ ଜଟିଳ ଗ୍ରୀଡ୍ ପରିସ୍ଥିତିର ମଡେଲିଂ କରିବା, ଲୋଡ୍ ଫ୍ଲୋ (load flow) ବିଶ୍ଳେଷଣ କରିବା ଏବଂ ବାସ୍ତବ ସମୟରେ ବିଦ୍ୟୁତ ସଙ୍କଟ ବା ତ୍ରୁଟିପୂର୍ଣ୍ଣ ଅବସ୍ଥାର ଅନୁକରଣ (simulate) କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଓଡ଼ିଶାର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ଏବଂ ଅକ୍ଷୟ ଶକ୍ତିର ସଂଯୋଗୀକରଣ ପାଇଁ ଏକ ସୁଦୃଢ଼ ଓ ଭବିଷ୍ୟତ-ଉପଯୋଗୀ ଟ୍ରାନ୍ସମିସନ ନେଟୱାର୍କ ନିଶ୍ଚିତ ହୋଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏକ ଶକ୍ତିଶାଳୀ ପରିବହନ ନେଟୱାର୍କ ହିଁ ବିକଶିତ ଓଡ଼ିଶାର ମେରୁଦଣ୍ଡ। ଏହି ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଆମ ଇଞ୍ଜିନିୟରମାନଙ୍କୁ ଆଗାମୀ ଆହ୍ୱାନଗୁଡ଼ିକର ପୂର୍ବାନୁମାନ କରିବା ଶିଳ୍ପ, କୃଷି ତଥା ଘରୋଇ ଗ୍ରାହକମାନଙ୍କୁ ୨୪x୭ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାରେ ସହାୟତା କରିବ। ଏହି ପଦକ୍ଷେପ 'ବିକଶିତ ଓଡ଼ିଶା'ର ସ୍ୱପ୍ନ ସାକାର କରିବା ଦିଗରେ ଆମ ସରକାରଙ୍କ ଆଧୁନିକ ଓ ପ୍ରଯୁକ୍ତିଭିତ୍ତିକ ପ୍ରତିବଦ୍ଧତାକୁ ଦର୍ଶାଉଛି। ଓପିଟିସିଏଲର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି ଯେ, ଏହି ଲ୍ୟାବ୍ ଦକ୍ଷତା ବୃଦ୍ଧି, ଗବେଷଣା ଏବଂ ନୂତନତ୍ୱ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହା OPTCL ଏବଂ SLDC ଇଞ୍ଜିନିୟରମାନଙ୍କୁ ପ୍ରାୟୋଗିକ ତାଲିମ ପ୍ରଦାନ କରିବା ସହ ତଥ୍ୟ-ଭିତ୍ତିକ ନିଷ୍ପତ୍ତି ନେବାରେ ସହାୟକ ହେବ। ଏହି ଉଦଘାଟନୀ ଉତ୍ସବରେ ଶ୍ରୀ ବି.ବି. ମେହେଟ୍ଟା (ନିର୍ଦ୍ଦେଶକ, SLDC), ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ (ନିର୍ଦ୍ଦେଶକ, ଅପରେସନ), ଶ୍ରୀ ପ୍ରଦୀପ କୁମାର ଦାଶ (ନିର୍ଦ୍ଦେଶକ, ପ୍ରକଳ୍ପ), ଶ୍ରୀ ଶ୍ରୀକାନ୍ତ କୁମାର ସାହୁ (ନିର୍ଦ୍ଦେଶକ, ଅର୍ଥ) ଏବଂ ସିଜିଏମ (ମାନବ ସମ୍ବଳ ବିକାଶ) ଶ୍ରୀମତୀ ଅନିତା ମହାପାତ୍ରଙ୍କ ସମେତ ଓପିଟିସିଏଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ମହାପାତ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

04/05/2026

Powering the future with innovation ⚡
OPTCL inaugurates a state-of-the-art Power System Simulation Laboratory at PTC, Chandaka to enhance grid reliability, engineer training, and smart decision-making.
A major step towards building a resilient and future-ready power network for Viksit Odisha.

01/05/2026

ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଉଚ୍ଚବାଲିଠାରେ ୪୦୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ ଏବଂ ୫ ଟି ନୂଆ ଟ୍ରାନ୍ସମିସନ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳରେ ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରି କେନ୍ଦୁଝର ଜିଲ୍ଲାର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

#ବିକଶିତଓଡ଼ିଶା

On this Labour Day, OPTCL salutes the dedication, hard work, and commitment of every worker who powers our progress and ...
01/05/2026

On this Labour Day, OPTCL salutes the dedication, hard work, and commitment of every worker who powers our progress and lights up Odisha.
Your efforts are the true strength behind a brighter tomorrow.

Address

OPTCL TECH TOWER, Janpath, Saheed Nagar

751007

Opening Hours

Monday 10:00 - 17:00
Tuesday 10:00 - 17:00
Wednesday 10:00 - 17:00
Thursday 10:00 - 17:00
Friday 10:00 - 17:00
Saturday 10:00 - 17:00

Telephone

06742541320

Alerts

Be the first to know and let us send you an email when Odisha Power Transmission Corporation Limited posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Power Transmission Corporation Limited:

  • Want your business to be the top-listed Engineering Company?

Share